ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବ ଅନୁମୋଦନ, ଉପକୃତ ହେବେ ତାଲିକାଭୁକ୍ତ ୬,୦୧୧ ସାମ୍ବାଦିକ

ଭୁବନେଶ୍ୱର,୧।୬(ବ୍ୟୁରୋ): କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତି। ଶୁକ୍ରବାର ଦାସ ପ୍ରଥମ କାର୍ଯ୍ୟଦିବସରେ ଲୋକସମ୍ପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ପ୍ରକାଶଯୋଗ୍ୟ, ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା ରାଜ୍ୟର କର୍ମଜୀବୀ ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟକାରୀ ହୋଇଛି। ମନ୍ତ୍ରୀଙ୍କ ଅନୁମୋଦନ ପରେ ରାଜ୍ୟର ତାଲିକାଭୁକ୍ତ ୬୦୧୧ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଏହି ଯୋଜନାର ସୁବିଧା ଅବିଚ୍ଛିନ୍ନ ଭାବେ ଉପଲବ୍ଧ ହେବ।

Share