Categories: ଜାତୀୟ

ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡର ‌: ତେଜସ୍ବୀଙ୍କ ଘର ଆଗରେ ବିଧାୟକ, କର୍ମୀଙ୍କ ଭିଡ

ପାଟନା,୨୯।୫: ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡରକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛି ବିରୋଧୀ ଦଳ ଆରଜେଡି। ବିହାରର ପାଟନା ଠାରେ ଥିବା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘର ଆଗରେ ବିଧାୟକ ଏବଂ ଦଳୀୟ କର୍ମୀଙ୍କ ଭିଡ ଦେଖିବାକୁ ମିଳିଛି। ସାମାଜିକ ଦୂରତାକୁ ଭୁଲି କର୍ମୀମାନେ ଏକାଠି ହୋଇଛନ୍ତି। ସେମାନଙ୍କ ମୁହଁରେ ମାସ୍କ ମଧ୍ୟ ନାହିଁ। ତେଜସ୍ବୀ ଯାଦବ ଏବଂ ତାଙ୍କ ମା’ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଗୋପାଳଗଞ୍ଜ ଟ୍ରିପିଲ ମର୍ଡର କେସରେ ପୀଡିତ ପରିବାର ବର୍ଗଙ୍କୁ ଭେଟିବାକୁ ଯିବାବେଳେ  ଲକ୍‌ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପୋଲିସ ତାଙ୍କୁ ଯିବାକୁ ଦେଇ ନ ଥିଲା।  ସୂଚନାଯୋଗ୍ୟ, ଗତ ୨୪ରେ ସିପିଆଇ-ଏମଏଲ ନେତ ଜେପି ଯାଦବଙ୍କ ପିତା, ମା’ ଓ ଭାଇଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Share