ଗୋପାଳପୁର ଅନୁକୂଳଚନ୍ଦ୍ର ସଂଘ ପକ୍ଷରୁ ସହାୟତା

ବାହାନଗା, ୨୩ା୪(ଡି.ଏନ.ଏ.)-କରୋନା ମୁକାବିଲା ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଅନୁକୂଳଚନ୍ଦ୍ର ସତ୍‌ସଙ୍ଗ କେନ୍ଦ୍ର ତରଫରୁ ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡକୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ବାହାନଗା ତହସିଲଦାର ରାଜେନ୍ଦ୍ର କୁମାର କରଙ୍କ ମାଧ୍ୟମରେ କେନ୍ଦ୍ରର ରିତିକ୍‌ ଗୋପବନ୍ଧୁ ନାୟକ, ରବୀନ୍ଦ୍ର କୁମାର ସାହୁ, ନିଳାମ୍ବର ମହାଳିକ ପ୍ରମୁଖ ଚେକ୍‌ ପ୍ରଦାନ କରିଥିଲେ।