ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗୋପାଳପୁର,୨୪ା୧୨-ଚଳିତ ବର୍ଷ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଅପରାହ୍ନରେ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ କହିବାନୁସାରେ, ମହୋତ୍ସବ ପାଇଁ ରାସ୍ତା ଲିଙ୍କ କରାଯାଇଛି। ଟ୍ରାଫିକ ଓ ପାର୍କିଂ ପାଇଁ ୧୯ ସ୍ଥାନ କରାଯାଇ ବସ୍‌, କାର ଓ ବାଇକ୍‌ ରଖାଯିବ। ଆବଶ୍ୟକ ପଡ଼ିଲେ ଅନ୍ୟ ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ମହୋତ୍ସବରେ ଜନଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯିବ। ୪ ଜଣ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୩୦ ପ୍ଲାଟୁନ ପୋଲିସ ଫୋର୍ସ, ଅନ୍ୟ ପୋଲିସ ଅଧିକାରୀ ଓ ୨୦୦ ହୋମଗାଡ଼ ମୁତୟନ ରହିବେ। ଗୋପାଳପୁର ସହରକୁ ୮ ସେକ୍ଟର କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୦୦ ସିସି ଟିଭି କ୍ୟାମେରା ସଂଲଗ୍ନ କରାଯିବା ସହ ବାଇକ୍‌ରେ ପାଟ୍ରୋଲିଂ କରାଯିବ। ସାଦା ପୋଷାକରେ ପୋଲିସ ରହିବେ ବୋଳି ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା, ବ୍ୟାରିକେଟ ବ୍ୟବସ୍ଥା ଓ ରିହରସାଲ ମଧ୍ୟ କରାଯାଇଛି।

Share