Categories: ଜାତୀୟ

ଗୋପାଳ କାଣ୍ଡାଙ୍କ ସମର୍ଥନକୁ ନେଇ ଭାଜପାରେ ମତଭେଦ

ଭୋପାଳ,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମହୁମତ ନ ମିଳିବା ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ଭାଜପା ସରକାର ଗଠନ କରିବା କଥା ଏବେ ଅଛି ଚର୍ଚ୍ଚାରେ। ବିଶେଷ ଭାବେ ସ୍ବାଧିନ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ଭାଜପାକୁ ସମର୍ଥନ ସମସ୍ତଙ୍କର ଏକ ପ୍ରକାର ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ମଧ୍ୟ ଭାଜପାକୁ ଗୋପାଳଙ୍କ ସମର୍ଥନ ଦେଖି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଗୋପାଳ କାଣ୍ଡା ଯଦି ସେଇ ବ୍ୟକ୍ତି ଯିଏ ଜଣେ ଯୁବତୀଙ୍କ ଆତ୍ମହତ୍ୟାରେ ସମ୍ପୃକ୍ତ ବୋଲି କୁହାଯାଉଥିଲା ଓ ସେହି ଯୁବତୀ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇ ନ ଥିବା ବେଳେ ଏବେ ତାଙ୍କ ସମର୍ଥନ ଭାଜପା ପାଇଁ ଆଦୌ ଠିକ୍‌ ନୁହେଁ। ଅବଶ୍ୟ ସେ ଦୋଷୀ କି ନା ତାହା ତ ଆଇନ କହିବ କିନ୍ତୁ ନିର୍ବାଚନ ଜିତିବାର ଅର୍ଥ ନୁହେଁ ଦୋଷ ଧୋଇଯିବା। ତେଣୁ ଗୋପାଳ କାଣ୍ଡାକୁ ନେଇ ଭାଜପା ସରକାର ଗଠନ କରିବା ଆଦୌ ଉଚିତ ନୁହେଁ ବୋଲି ଉମା କହିଛନ୍ତି।

Share