ଗୋପାଳ କାଣ୍ଡାଙ୍କ ସମର୍ଥନ ନ ନେଇପାରେ ଭାଜପା

ନୂଆଦିଲ୍ଲୀ,୨୫।୧୦: ହରିୟାଣା ଲୋକହିତ ପାର୍ଟିର ନେତା ତଥା ସିରସା ବିଧାନସଭା ଆସନର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ଭାରତୀୟ ଜନତା ପାର୍ଟି(ଭାଜପା) ଗ୍ରହଣ ନ କରିପାରେ ବୋଲି ଆଲୋଚନା ହେଉଛି। ଏହାର ଏକ ବଡ କାରଣ ହେଉଛି କାଣ୍ଡାଙ୍କ ଆପରାଧୀକ ମାମଲା। ଏୟାର ହୋଷ୍ଟେସ ଆତ୍ମହତ୍ୟା ମାମଲାରେ ଜେଲ୍‌ ଯାଇ ସାରିଛନ୍ତି କାଣ୍ଡା। କେବଳ ସେତିକି ନୁହେଁ ଏହି ଘଟଣା ସମୟରେ କାଣ୍ଡାଙ୍କୁ ଗିରଫ କରିବାକୁ ଭାଜପା ରାସ୍ତାକୁ ଓହ୍ଲାଇ ଆସିଥିଲା। ତେଣୁ ଏବେ ଭାଜପା କାଣ୍ଡାଙ୍କ ସମର୍ଥନକୁ ଗ୍ରହଣ ନ କରିପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ପାଇଁ ଭାଜପାକୁ ବହୁମତ ମିଳି ନ ଥିବା ବେଳେ ଏବେ ସେ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ସରକାର ଗଠନ କରିବାକୁ ପ୍ରୟାସ ଜାରି ରଖିଛି। ଏତେସବୁ କଳ୍ପନା ଜଳ୍ପନା ପରେ ବି କାଣ୍ଡା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଭେଟିବାକୁ ପହଞ୍ଚିଥିବା ଜଣାପଡିଛି। ତେବେ ଗୋପାଳ କାଣ୍ଡାଙ୍କ ଭାଜପା ମିଶ୍ରଣକୁ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜଓ୍ବୋଲା କହିଥିଲେ ଏହା ଭାଜପାର ଦୋଗଲା ନୀତି।

Share