Categories: ଖେଳ

ଗୋପୀଚାନ୍ଦଙ୍କୁ ଡକ୍ଟୋରେଟ୍‌ ଉପାଧି

ନୂଆଦିଲ୍ଲୀ, ୨୮ା୬ (ପି.ଟି.)-ଭାରତର ମୁଖ୍ୟ ବ୍ୟାଡ୍‌ମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କୁ ଡକ୍ଟୋରେଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ଆଇଆଇଟି କାନପୁରର ୫୨ତମ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର ଇସ୍ରୋ ଚେୟାରମ୍ୟାନ ଏବଂ ଆଇଆଇଟି କାନପୁର ବୋର୍ଡ ଅଫ୍‌ ଗଭର୍ନର୍ସ ଚେୟାରମ୍ୟାନ ପ୍ରଫେସର କେ. ରାଧାକ୍ରିଷ୍ଣନଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିବେ। ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ କାଲାମ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅନୁଷ୍ଠାନ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

Share