ମହାକାଳପଡ଼ା, ୬।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ ଗଗୁଆ ଗ୍ରାମ ଜେନା ସାହି ନିକଟ ଗୋବରୀ ଶାଖା ନାଳରୁ ମଙ୍ଗଳବାର ସକାଳେ ମା,ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଜେନା ସାହିର ଯଦୁମଣି ଜେନାଙ୍କ ସ୍ତ୍ରୀ ନେଉଳି(୪୫) ଓ ଝିଅ ଝୁନିଲତା (୮)। ତେବେ ନେଉଳି ମାନସିକ ବିକୃତ ଥିବା ଜଣାପଡ଼ିଛି। ଖବର ପାଇ ତନ୍ତିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।