Categories: ଜାତୀୟ

ଗୋମାଂସ ପରିବେଷଣ ପାଇଁ ବାଧ୍ୟ କରୁଛି ଜୋମାଟୋ

କୋଲକାତା,୧୨ା୮: ଖାଦ୍ୟରେ ଗୋମାଂସ କିମ୍ବା ଘୁଷୁରି ମାଂସ ଥିଲେ ସେମାନେ ଯୋଗାଣ କରିବେ ନାହିଁ ବୋଲି କୋଲକାତାର ଜୋମାଟୋ କର୍ମଚାରୀମାନେ କହିବା ସହ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଲାଗି ଯୋଜନା କରିଛନ୍ତି। ‘ଜୋମାଟୋର ଦାଦାଗିରି ଚଳିବ ନାହିଁ’ ସ୍ଲୋଗାନ ଦେଇ ସେମାନେ ଖାଦ୍ୟ ଯୋଗାଣକାରୀ ଆପ୍‌ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ। ହିନ୍ଦୁ କର୍ମଚାରୀମାନେ ଗୋମାଂସ ଥିବା ଖାଦ୍ୟ ପରିବେଷଣ ପାଇଁ ଅନାଗ୍ରହୀ ଥିବାବେଳେ ମୁସଲମାନ କର୍ମଚାରୀମାନେ ଘୁଷୁରି ମାଂସ ଥିବା ଖାଦ୍ୟ ପରିବେଷଣ କରିବାକୁ ଚାହୁଁନାହାନ୍ତି। ସେମାନଙ୍କ ଦାବି ପ୍ରତି କମ୍ପାନୀ କର୍ଣ୍ଣପାତ ନ କରି ଗୋମାଂସ ଓ ଘୁଷୁରି ମାଂସ ପରିବେଷଣ ଲାଗି ବାଧ୍ୟ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

Share