ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା ଭଲ ହେବ କ୍ୟାନସର !

ଅହମ୍ମଦାବାଦ୍‌,୩୧।୧୨: ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା କ୍ୟାନସର ଭଲ ହେବ ବୋଲି ଗୁଜରାଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ପ୍ରଫେସର ଡ. ଭାରତ ଢ଼ୋଲକିଆଙ୍କ ନେତୃତ୍ୱରେ ହୋଇଥିବା ଦୀର୍ଘଦିନର ଗବେଷଣାରୁ ଏହି ସୁଫଳ ମିଳିଥିବା କୁହାଯାଉଛି। ଏନେଇ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଢ଼ୋଲକିଆ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଫ୍ରିଜ୍‌ ଡ୍ରାଇଙ୍ଗ୍‌ ଜ୍ଞାନକୌଶଳରେ ଗୋମୁତ୍ରରୁ ପ୍ରସ୍ତୁତ ହୋଇଥିବା ଏହି କ୍ୟାପସୁଲ୍‌ ହାର୍ଟ ସମସ୍ୟା, କିଡ୍‌ନୀ ସମସ୍ୟା ଦୂର କରିବା ସହିତ ରକ୍ତ ବିଶୁଦ୍ଧ କରିବାରେ ସହାୟକ ହୋଇପାରିବ। ମାଇନସ୍‌ ୨୦ ରୁ୩୦ ଡିଗ୍ରୀ ତାପମାତ୍ରାରେ ଗୋମୁତ୍ରକୁ ଶୁଖାଇ ଏହାର ପାଉଡ଼ର ପ୍ରସ୍ତୁତ କରାଯାଇ ଏହି କ୍ୟାପସୁଲ୍‌ ତିଆରି ହୋଇଥିବା ପ୍ରଫେସର ସୂଚନା ଦେଇଛନ୍ତି।

Share