Categories: ଜାତୀୟ

ଗୋମୂତ୍ରରୁ ତିଆରି ହେଉଛି କ୍ୟାନସର ଔଷଧ: ଅଶ୍ୱିନୀ ଚୌବେ

ନୂଆଦିଲ୍ଲୀ,୮।୯: ମୋଦି ସରକାରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ଶନିବାର ଗୋମୂତ୍ରକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଗୋମୂତ୍ରରୁ ବିଭିନ୍ନ ପ୍ରକାରର ଔଷଧ ତିଆରି ହେଉଛି। ଏମିତିକି ମାରାତ୍ମକ କ୍ୟାନସର ବା କର୍କଟ ରୋଗର ଚିକିତ୍ସା ପାଇଁ ମଧ୍ୟ ଗୋମୂତ୍ରରୁ ଔଷଧ ପ୍ରସ୍ତୁତ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏ ଦିଗରେ ଆୟୁଷ୍ମାନ ମନ୍ତ୍ରଣାଳୟ ଏ ଦିଗରେ କାମ କରୁଛି ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଭାରତ ସରକାର ଗୋମାତାଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ସେ କହିଛନ୍ତି। ରାମକୃଷ୍ଣ ହସ୍ପିଟାଲରେ କ୍ୟାନସର ବିପକ୍ଷରେ ଲଢିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚୌବେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗିରିରାଜ ସିଂ ମଧ୍ୟ ମେଶିନ୍‌ ମାଧ୍ୟମରେ କେବଳ ଗୋମାତାଙ୍କର ଜନ୍ମ ଦେବେ ବୋଲି କହି ଆସିଥିଲେ ଚର୍ଚ୍ଚାକୁ।

Share