ଗୋରୁଙ୍କ ସାହାରା ସାଜିଛନ୍ତି ରୁକେଶ

ଅନୁଗୋଳ ଅଫିସ, ୫।୪- ଅନୁଗୋଳ ସହରରେ ଥିବା ବୁଲା ଗୋରୁମାନେ ଖାଇବାକୁ ପାଉ ନ ଥିବା ବେଳେ ସେମାନଙ୍କ ସାହାରା ସାଜିଛନ୍ତି ସ୍ଥାନୀୟ ଯୁବକ ରୁକେଶ ରୋଷନ। ଗତ ୪ ଦିନ ହେବ ସେ ସହରରେ ବୁଲୁଥିବା ଷଣ୍ଢ, ଗୋରୁଙ୍କୁ ପନିପରିବା କିଣି ଖାଇବାକୁ ଦେଉଛନ୍ତି। ଟାଉନହଲ୍‌ ଠାରୁ ହେମସୁରପଡ଼ା, ମାଛ ମାର୍କେଟ, ଅମଲାପଡ଼ା, ବସ୍‌ଷ୍ଟାଣ୍ଡ, ଶିକ୍ଷକପଡ଼ା ଆଦି ଅଞ୍ଚଳରେ ବୁଲି ସେ ବୁଲା ଗୋରୁଙ୍କୁ ଖାଦ୍ୟ ଖୁଆଉଛନ୍ତି। ପୌରପାଳିକା ପକ୍ଷରୁ ସହଯୋଗ ମିଳିଲେ ସେ ସହରର ଅନ୍ୟ ସ୍ଥାନରେ ଥିବା ଗୋରୁଙ୍କୁ ଖାଇବାକୁ ଦେଇପାରିବେ ବୋଲି ରୁକେଶ କହିଛନ୍ତି। ଏ ନେଇ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଯେଉଁମାନେ ଗୋ-ସେବା ପାଇଁ ଆଗେଇ ଆସିବେ ସେମାନଙ୍କୁ ପୌରପାଳିକା ପକ୍ଷରୁ ପରିବା ଓ ତିଆରି ହେଉଥିବା ରୁଟି ପ୍ରଦାନ କରାଯିବ। ସେମାନେ ନେଇ ଗୋ-ସେବାରେ ତାହା ଲଗାଇପାରିବେ।