ଗୋରୁପଲ ଉପରେ ମାଡିଗଲା ଟ୍ରକ୍‌, ୬ ମୃତ

ହିଞ୍ଜିଳିକାଟୁ,୧୮।୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ସହରରେ ବୁଧବାର ବିଳମ୍ବିତ ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା ଉପରେ ଶୋଇଥିବା ଗୋରୁପଲଙ୍କ ଉପରେ ମାଡିଯିବାରୁ ୬ଗୋରୁଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ସାଢେ ୩ଟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଆସୁଥିଲା। ହିଞ୍ଜିଳିକାଟୁ ସହର ବଇଁଚବଣିଆ ଠାରେ ଜାତୀୟ ରାଜପଥ ନଂ-୫୯ ଉପରେ ଶୋଇଥିବା ଗୋରୁପଲ ଉପରେ ଟ୍ରକଟି ମାଡି ଯାଇଥିଲା। ଘଟଣାସ୍ଥଳରେ ୬ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଉଥିବାବେଳେ ପିତ୍ତଳ ଛକରେ ଟାୟାର ଫାଟି ଯାଇଥିଲା। ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ଟ୍ରକକୁ ପିଛା କରୁଥିବାବେଳେ ପିତ୍ତଳ ଛକରେ ଅଟକି ରହିଥିବାବେଳେ ଚାଳକଙ୍କୁ କାବୁ କରିଥିଲେ। ହିଞ୍ଜିଳି ପୋଲିସ ପହଞ୍ଚତ୍ ଟ୍ରକ ସହ ଚାଳକଙ୍କୁ ଥାନାକୁ ଆଣିଥିଲା। ନଂ.୧୮୧/୧୯ରେ ମାମଲା ରୁଜୁ କରି ଚାଳକ ଆନ୍ଧ୍ରପ୍ରଦେଶର କେ. କାମୟାବଙ୍କୁ ଗିରଫ କରିଥିବା ଆଇଆଇସି ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି।

Share