ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ଅଟକ

ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପୋଲିସ ମଙ୍ଗଳବାର ରାତିରେ ଏକ ଗୋରୁ ବୋଝେଇ ପିକ୍‌ଅପ ଭ୍ୟାନକୁ ଜବତ କରିଛି। ଗାଡ଼ିର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରାଯାଉଛି। ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ୯ ଟି ଗୋରୁ ନେଇ ଏକ ପିକ୍‌ଅପ୍‌ ଭ୍ୟାନ (ନଂ.ଓଡ଼ି ୦୯ ଜେ-୨୪୪୬) ଠାକୁରମୁଣ୍ଡା-ଉଦଳା ରାସ୍ତାରେ ଯାଉଥିବା ସମୟରେ ସ୍ଥାନୀୟ କିଛି ଯୁବକ ଦେଖି ଗାଡ଼ଟିିକୁ ପିଛା କରିଥିଲେ। ଠାକୁରମୁଣ୍ଡାଠାରୁ ୨ କି.ମି ଦୂର ବେଣ୍ଟକାରପୋଡ଼ା ନିକଟରେ ସେମାନେ ଗାଡ଼ି ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଗୋରୁ ବୋଝେଇ ଭ୍ୟାନକୁ ଜବତ କରିଛି। ଏଥିନେଇ ଥାନାରେ ଏକ ମାମଲା(ନଂ.୫୬/୧୯) ରୁଜୁ ହୋଇଛି।