Categories: ଯାଜପୁର

ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨୦ ଗୋରୁ ମୃତ, ବଜରଙ୍ଗ ଦଳର ଧାରଣା

ଧର୍ମଶାଳା,୨୨ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରଥିଆ ନିକଟରେ ସୋମବାର ଭୋର ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ୨୦ ଗୋରୁଙ୍କର ମୃତ୍ୟୁ ଘଟିଛି। ଅବଶିଷ୍ଟ ୨୫ ଗୋରୁଙ୍କର ପତ୍ତା ମିଳିପାରି ନାହିଁ।
ପ୍ରକାଶ ଯେ, କଣ୍ଟେନର(ଓଆର୍‌୦୨ ଏନ୍‌୮୨୦୮) ଖୋର୍ଦ୍ଧା ଜିଲା ବେଗୁନିଆରୁ କୁଶପଲ୍ଲା ଗ୍ରାମର ସେକ୍‌ ଜବାର ୮ଟି ଛୋଟ ଷଣ୍ଢ ସହ ଗାଈ ଓ ବାଛୁରୀ ମୋଟ ୪୫ଟି ଗୋରୁ ନେଇ କଲିକତା ଅଭିମୁଖେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ରଥିଆ ନିକଟରେ ରାସ୍ତା ବନ୍ଦ ଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ୧୦ଫୁଟ ତଳକୁ ଓଲଟି ପଡ଼ିଥିଲା। ଏହି ଖବର ଜଣାପଡ଼ିବା ପରେ ଡିଏସ୍‌ପି କେଦାରନାଥ ସାହୁ ଓ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଜେସିବି ମେଶିନ ସହାୟତାରେ ଗାଡ଼ିକୁ ଉଦ୍ଧାର କରିବା ସହ ସେଥିରେ ଥିବା ମୃତ ଗୋରୁଗୁଡ଼ିକୁ ଉଦ୍ଧାର କରିଛନ୍ତି। ଏହା ଜଣାପଡିବା ପରେ ଜାତୀୟ ରାଜପଥରେ ବେଆଇନ ଗୋଚାଲାଣକୁ ବିରୋଧକରି ଜିଲା ବଜରଙ୍ଗ ଦଳ ପକ୍ଷରୁ ରାଜ୍ୟ ପ୍ରବକ୍ତା ଚିନ୍ମୟ ସ୍ବରୂପ ପଣ୍ଡା, ଈଶ୍ୱର ପ୍ରଧାନ, କଳ୍ପତରୁ ପଣ୍ଡାଙ୍କ ନେତୃତ୍ୱରେ ବହୁ କର୍ମୀ ଧର୍ମଶାଳା ଥାନା ଆଗରେ ଧାରଣା ଦେଇଛନ୍ତି।