ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧.୭୦ ଲକ୍ଷ

ରୂପ୍‌ସା, ୧୩।୩(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ଛକ ନିକଟରେ ଶୁକ୍ରବାର ଜଣେ ଗୋରୁ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼ କରି ତାଙ୍କ ବାଇକ୍‌ ସହ ୧ଲକ୍ଷ ୭୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ହଳଦୀପଦା ଫାଣ୍ଡି ଅଧିକାରୀ ବଦ୍ରିଶଙ୍କର ଷଣ୍ଢ ପହଞ୍ଚତ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ରୂପ୍‌ସା ଥାନା ଆଗମୌଦା ଗ୍ରାମର ଗୋରୁ ବ୍ୟବସାୟୀ ଭିକାରୀ ଚରଣ ପ୍ରଧାନ ବାରିକପୁର ହାଟରୁ ବ୍ୟବସାୟ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ବାଇକ୍‌ ଡିକିରେ ୧ଲକ୍ଷ ୭୦ହଜାର ଟଙ୍କା ଥିଲା ବୋଲି ସେ କହିଛନ୍ତି। ନିଧିପଣ୍ଡା ଛକ ନିକଟରେ ଏକ ପଲସରରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମୁଣ୍ଡକୁ ଭୁଜାଲି ମାଡ଼ କରିଥିଲେ। ଭୟଭୀତ କରାଇ ଭିକାରୀଙ୍କ ବାଇକ୍‌ ସହ ଟଙ୍କା ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ଆହତ ଭିକାରୀ ମୋବାଇଲ ଯୋଗେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ପହଞ୍ଚତ୍ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଦାବି ହୋଇଛି।

Share