Categories: ଖେଳ

ଗୋଲକିପରଙ୍କୁ ମାରି ରେଫରି ବାସନ୍ଦ

ମିଲନ,୧୨।୨- ଚଳିତ ମାସରେ ଏକ ଲିଗ୍‌ ମ୍ୟାଚ୍‌ ବେଳେ ଜଣେ ଇଟାଲିଆନ ରେଫରି ଗୋଲକିପରଙ୍କୁ ମୁଣ୍ଡିଆ ମାରିଥିଲେ। ଏଥିନେଇ ରେଫରିଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଚଳିତ ମାସ ୧ ତାରିଖରେ ବର୍ଗୋ ମଗଲିଆନୋ ଓ ମଣ୍ଟୋଟୋନ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ରେଫରି ଆଣ୍ଟନିଓ ମାର୍ଟିନିଏଲୋ ବର୍ଗୋ ଗୋଲକିପର ମାଟେଓ ସିସିଙ୍କୁ ରେଡ୍‌ କାର୍ଡ ଦେଇଥିଲେ। ଏହି ମ୍ୟାଚ୍‌କୁ ଆୟୋଜକ ଦଳ ୩-୧ ଗୋଲରେ ଜିତିନେଇଥିଲା। ମ୍ୟାଚ୍‌ ପରେ ରେଫରି ଆଣ୍ଟନିଓ ଓ ବର୍ଗୋ ଗୋଲକିପର ପରସ୍ପରକୁ ଭେଟିଥିଲେ। ଚେଜିଂ ରୁମ୍‌ରେ ଗୋଲକିପର ମାଟେଓ ଆଣ୍ଟନିଓଙ୍କୁ ରେଡ୍‌ କାର୍ଡ ଦେବାର କାରଣ ପଚାରିଥିଲେ। କିନ୍ତୁ ରେଫରି ଆଣ୍ଟନିଓ ମାଟେଓଙ୍କୁ ମୁଣ୍ଡରେ ମାରିଥିଲେ। ପରେ ମାଟେଓଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ବାସନ୍ଦ ଥିବା ମାର୍ଟିନିଏଲୋ ଆଗାମୀ ବର୍ଷ ପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ପରିଚାଳନା କି କୌଣସି ଇଟାଲିଆନ ଦଳର ଚେଜିଂ ରୁମ୍‌ରେ ପ୍ରବେଶ କରିପାରିବେ ନାହିଁ।

Share