‘ଗୋଲମାଲ’ ଭଳି ଫିଲ୍ମ ପସନ୍ଦ କରନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ। ଅପ୍‌କମିଙ୍ଗ ଫିଲ୍ମ ‘ବାଲା’କୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ତାଙ୍କୁ ‘ଗୋଲମାଲ’ ଭଳି ଫିଲ୍ମ ବହୁତ ପସନ୍ଦ। ଯେଉଁଥିରେ ବିଷୟ ବସ୍ତୁ ସହ ହସଖୁସି ଭରି ରହିଥିବ। ସେମିତି ଫିଲ୍ମକୁ ଦର୍ଶକେ ଏବେ ଗ୍ରହଣ କରୁଥିବାରୁ ସେ ଖୁବ୍‌ ଖୁସି ବୋଲି କହିଛନ୍ତି। ରିଷିକେଶ ମୁଖାର୍ଜି ୭୦-୮୦ ଦଶକରେ ବହୁ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଆଉ ତାଙ୍କ ଫିଲ୍ମ ‘ଚୁପ୍‌କେ ଚୁପ୍‌କେ’ ଓ ‘ଗୋଲମାଲ’ର ଜଣେ ବଡ ଫ୍ୟାନ ହେଉଛନ୍ତି ୟାମି। ତେବେ ୟାମୀ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ଏବେ ୨୦୧୯ରେ ବି ଏମିତି ଫିଲ୍ମ ପୁଣି ଫେରୁଛି। ନିକଟରେ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ଓ ‘କାବିଲ’ ଭଳି ଫିଲ୍ମରେ ୟାମି ଅଭିନୟ କରିଛନ୍ତି ସତ ହେଲେ ତାଙ୍କୁ ‘ଗୋଲମାଲ’ ଭଳି ଫିଲ୍ମ ବେଶି ପସନ୍ଦ ବୋଲି ସେ କହିଛନ୍ତି।

Share