ଗୋଲାପୀ, ରଇବାରୀକଁର ଦୁଖ୍‌ ଶୁନ୍‌ଲା ପରଶାସନ

 

ଲୋଇସିଂହା,୧୨।୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପତ୍ରାପାଲି ଗଁାର ବିଧବା ମହିଲା ଗୋଲାପୀ ପଧାନ ଆର ନିସାହା ରଇବାରୀ ପଧାନକଁର ଦୁଖ୍‌ ଜିଲା ପରଶାସନ ଶୁନିଛେ। ଚଲତି ମାସ ୧୫ ତାରିଖ୍‌ ଉଭଏ ଭତା ପାଏବାର ସଂଗେ ଝନ୍‌କୁ ଘର ଯୁଗେଇ ଦିଆଯିବା ବଲି ଜିଲାପାଲ ଅରିନ୍ଦମ ଡାକୁଆ ଜନେଇଛନ୍‌।
ସୂଚନା ହିସାବେ, ଲୋଇସିଂହା ସଦର ପଁଚେତ୍‌ ଅଧୀନ ପତ୍ରପାଲି ଗଁାର ବିଧବା ମହିଲା ଗୋଳାପୀ ପଧାନ(୪୯)। ସ୍ବାମୀ କୃଷ୍ଣ ପଧାନ କିଡ଼୍‌ନୀ ରୋଗରେ ପଡ଼ି ଗଲା ବଛର ଆରପାରକେ ଚାଲିଯାଇଛନ୍‌। ଗୋଲାପୀକଁର ୩ ପୁଓ ଭିତ୍‌ରୁ ବଡ଼ପୁଓ ବିହାଚୁରା ହେଇ ପରିବାର ସଂଗେ ଅଲଗେ ରହୁଛନ୍‌। ଗୋଲାପୀ ମଝିଅଁା ଆର ସାନପୁଓକେ ଧରି ବଡ଼ା ଗୁଲ୍‌ଗୁଲାରେ ରହୁଛନ୍‌। ହେଲେ ଆପ୍‌ନେ ଚାଲିଯିବାର ବଛ୍‌ରେ ବିତିଯାଇଥିଲେ ବି ଗୋଲାପୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଭତାର ଲାଗି ଗୋଲାପୀ ଥାନୀଅ ଜନପରତିନିଧିମାନକୁ ଗୁହାରି କରି ନିରାଶ ହେଇଥିଲେ। ସେନ୍‌ତା ଇ ଗଁାର ଆର ଝନେ ନିସାହା ବୁରୁଧ ରଇବାରି ପଧାନ(୬୯)। ସେ ବି ଅନେକ ଥର ପଁଚେତ୍‌ରେ ବୁଢ଼ାବୁଢ଼ି ଭତାର ଲାଗି ଆବେଦନ କରି ନିରାଶ ହେଇଥିଲେ। ଆପ୍‌ନେ ଶଙ୍କର ପଧାନ ଅନେକ ଦିନ୍‌ ହେଲା ରୋଗ୍‌ ପରଭାବରେ ଖଟେ ପଡ଼ି ରହିଛନ୍‌। ଟଁକା ପଏସା ଅଭାବୁ ତାକର ଚିକିଛା ବି ହେଇ ନାଇଁ ପାରବାର। ଏନ୍‌ତା ପରିସ୍ଥିତିରେ ଗଲା ଅଗଷ୍ଟ ମାସେ ହେଇଥିବାର ବରଷାରେ ତାକର ଘରଟା ବି ଭାଂଗି ଯାଇଛେ। ଇ ବାବ୍‌ଦେ ଗଲା ୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଇ ଖବରକେ ସାମାଜିକ କରମୀ ଦିବସ ସାହୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଟୁକୁନି ସାହୁ ଆର ଜିଲାପାଳକୁଁ ଟୁଇଟ କରି ସମସିଆର ସମାଧାନ ଲାଗି ନିବେଦନ କରିଥିଲେ। ଇତାର ଉତରରେ ଜିଲାପାଳ ଅରିନ୍ଦମ ଡାକୁଆ ଉଭଏ ନିସାହା ମହିଲାକୁଁ ଆଏବାର ୧୫ ତାରିଖରେ ଭତା ଦିଆଯିବା ଆର ଖାସ୍‌କରି ରଇବାରୀକଁର ନଁାରେ ବିପିଜିଓ୍ବାରେ ଘର ମଂଜୁର କରାଯାଇଥିବାର ସେ କହିଛନ୍‌।

Share