ଗୋଲାପ ପାଖୁଡାରେ ରହିଛି ରୋଗସହ ଲଢିବାର କ୍ଷମତା

ଗୋଲାପ ଫୁଲକୁ ପ୍ରେମର ପ୍ରତିକ ଭାବେ ବିବେଚନା କରାଯାଏ। ଏହା ଦେଖିବାକୁ ଏତେ ମନଲୋଭା ଯେ, ଯେ କେହି ଏହାକୁ ଦେଖିଲେ ମନର ବିଷାଦ ଦୂର ହୋଇଥାଏ। ହେଲେ ଏଥିରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ହୁଏତ ଅନେକଙ୍କୁ ଜଣା ନଥିବ। ତେବେ ଗୋଲାପର ପାଖୁଡା ଓ ଏହି ପାଖୁଡାର ପେଷ୍ଟରେ ରହିଛି କିଛି ରୋଗସହ ଲଢିବାର କ୍ଷମତା। ବିଶେଷଜ୍ଞଙ୍କ ମତରେ ଗୋଲାପ ଫୁଲରେ ଥିବା ପୌଷ୍ଟିକ ତତ୍ତ୍ୱ ମଧ୍ୟରେ ରହିଛି ଫ୍ଲେବୋନଏଡ୍‌, ବାୟୋଫ୍ଲେବୋନଏଡ୍‌, ସାଇଟ୍ରିକ୍‌ ଏସିଡ୍‌, ଫ୍ରକ୍‌ ଟୋଜ୍‌ ବା ଫଳଶର୍କରା, ଟେନିନ୍‌ ଓ ଜିଙ୍କ।
-ଅର୍ଜୁନ ଛେଲି ସହ ଗୋଲାପ ପାଖୁଡାକୁ କଡା କରି ସିଝାଇ ଅଧା କପ୍‌ ପିଇଲେ ହୃଦଘାତ ସମସ୍ୟା ଦୂର ହୋଇଥାଏ।
-ଗୋଲାପରେ ଭିଟାମିନ୍‌ ସି ଥିବାରୁ ଏହା ଆଣ୍ଠୁଗଣ୍ଠି ଦରଜ ଓ ହାଡକୁ ମଜଭୂତ ରଖିବାରେ ସାହାଯ୍ୟ କରିଥାଏ।
-ଗରମ ଦିନେ ଗୋଲାପ ଫୁଲର ପେଷ୍ଟ ଲେପନ କଲେ ଏହା ଶରୀରକୁ ଥଣ୍ଡା ରଖିଥାଏ।
-କୋଷ୍ଠକାଠିନ୍ୟ ହୋଇଥିଲେ ଗୋଲାପ ପାଖୁଡା ଖାଇଲେ ଏହି ସମସ୍ୟା ଠିକ୍‌ ହୋଇଥାଏ।
-ଖରାଦିନେ ଡିହାଇଡ୍ରେସନ୍‌ ଦୂର କରିବାରେ ଏହା ସହାୟକ ହୋଇଥାଏ।
-ଗୋଲାପରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
-ବିଶେଷ କରି ଏହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।