ଗୋଲାମୁଣ୍ଡା ବ୍ଲକରେ ଭୁସ୍‌ଲି ପଡ଼ିଛେ ସ୍ବାସ୍ଥ୍ୟ ସେବା: ଚପ୍ରିଆ, ଉଛୁଲା ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍‌ତର ଶୁଇନ୍‌

କେଗାଁ,୩୦ା୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୁଆସ୍‌ତିଅ ସେବା ଭୁସ୍‌ଲିଯାଇଛେ। ରାଏଜ୍‌ ସରକାର ବ୍ଲକର ୨୮ଟା ପଁଚେତ୍‌ରେ ବାସ କରୁଥିବାର ୧ ଲାଖ୍‌ ୨୯ ହଜାର ୪ଶହ ୯୯ ଝନ୍‌ ଲୁକ୍‌କୁ ନଜରରେ ରଖି ସୁଆସ୍‌ତିଅ ସେବାର ବେବସ୍‌ତା କରିଛନ୍‌। ବ୍ଲକର ଚପ୍ରିଆରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଥିଲାବେଲେ ଗୋଲାମୁଣ୍ଡାରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛେ। ସେନ୍‌ତା ବ୍ଲକରେ ୩ଟା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଫରଙ୍ଗ, ବୋର୍ଡି ଆର ଉଛୁଲା ରହିଛେ। ହେଲେ ବ୍ଲକରେ ଏହେଦେ ୩ ଝନ୍‌ ଡାକ୍‌ତର ରୁଗୀସେବା ଯୁଗଉଥିବାର ଜନାପଡ଼ିଛେ। ଗୋଲାମୁଣ୍ଡା ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଝନେ ଡାକ୍‌ତର ଥିଲାବେଲେ ବୋର୍ଡି ଆର ଫରଙ୍ଗ ପ୍ରାଥମମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୨ ଝନ୍‌ ଡାକ୍‌ତର ରହିଛନ୍‌। ଲୋକ୍‌ ସଂଖ୍ୟାକେ ଦେଖ୍‌ଲେ ବ୍ଲକରେ ସୁଆସ୍‌ତିଅ ସେବା ପୂରାପୂରି ଭୁସ୍‌ଲି ପଡ଼ିଥିବାର ଅଭିଯୋଗ ହେଉଛେ। ଇଆଡ଼େ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଝନେ ଦଁାତ ଡାକ୍‌ତରକଁର ଭରସାରେ ଚାଲିଛେ। ଲୁକ୍‌କୁ ସାଧାରନ୍‌ ଜର ହେଲେ ବି ଡାକ୍‌ତର ଅଭାବୁ ଉପେ ଶୂଇନ୍‌ ହେଇ ଭବାନୀପାଟଣା ମୁଖିଆ ଡାକ୍‌ତରଖାନା ଦଉଡ଼ୁଛନ୍‌। ଅନେକ ଦିନୁ ଡାକ୍‌ତର ପଦବୀ ଖାଲି ପଡ଼ିଥିଲେ ବି ପଦବୀ ପୂରନ୍‌ ଦିଗେ ସୁଆସ୍‌ତିଅ ବିଭାଗ ଧିଆନ୍‌ ନାଇଁଦେବାର। ଇ ଘଟନାକେ ନେଇ ଦିନୁଦିନ୍‌କେ ଅଂଚଲବାସୀକର ଭିତରେ ଅସନ୍‌ତୋଷ ଭାବ ବଢ଼ତେଲ ଯାଉଛେ। ସେନ୍‌ତା ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକେ ଦୂରିଆରୁ ଲୋକ୍‌ ଭଲ ଚିକିସତ୍ା ଆଶ୍‌ରେ ଆସୁଥିଲେ ବି ଡାକ୍‌ତର ଅଭାବୁ ନିରାଶ ହେଇ ଫିରୁଥିବାର ଅଭିଯୋଗ ହେଉଛେ। ଗୋଲାମୁଣ୍ଡା ବ୍ଲକ ଆଦିବାସୀ ବହୁଲ ଅଂଚଲ ହିସାବେ ଜନାଶୁନା ଥିଲାବେଲେ ଉଛୁଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗଲା ୧୧ ବଛର ହେଲା ଝନେ ଫାର୍ମାସିଷ୍ଟକଁର ଭରସାରେ ଚାଲିଛେ। ଇ ଡାକ୍‌ତରଖାନା ଉପରେ ଉଛୁଲା, ବଡ଼ଚେରଗଁା, ଚହକା, ନୂଆଗଁା ପଁଚେତ୍‌ର ବହୁତଟେ ଗଁାବାସୀ ନିରଭର କରୁଛନ୍‌। ସେନ୍‌ତା ସଦର ବ୍ଲକର କାନ୍ଦୁଲଝର, ଅର୍ତଲ, ପଲନା, ଗୁର୍ଜୁଙ୍ଗ ପଁଚେତ୍‌ର ହଜାର ହଜାର ଲୋକ ନିରଭର କରୁଛନ୍‌। ଇ ଡାକ୍‌ତରଖାନାକେ ଫିଦିନ ଶହ ଶହ ରୁଗୀ ଆସୁଥିଲେ ବି ଡାକ୍‌ତର ଅଭାବୁ ଫାର୍ମାସିଷ୍ଟ ତାକର ଚିକିସତ୍ା କରୁଛନ୍‌। ଇଆଡ଼େ ରାଏଜ୍‌ ସରକାର ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଥିବାର ଡିଂଗ୍‌ରା ପିଟୁଛନ୍‌। ହେଲେ ଗୋଲାମୁଣ୍ଡା ଲେଖେଁ ଗୁଟେ ଆଦିବାସୀ ବହୁଲ ବ୍ଲକ୍‌ର ପାଖାପାଖି ଦେଢ଼ ଲାଖ୍‌ ଲୁକ୍‌କର ସୁଆସ୍‌ତିଅ ସେବା ୩ ଝନ୍‌ ଡାକ୍‌ତରରେ ଚାଲିଛେ। ଇ ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀ ଡା.ବନଲତା ଦେବୀକୁଁ ପଚରାଲାରୁ ଏହେଦେ ଝନେ ଡାକ୍‌ତରକୁଁ ହପ୍‌ତାକ ୩ ଦିନ୍‌ ଡେପୁଟେସନରେ ଦିଆଯାଇଛେ। ଆଏବାର ୧ରୁ ୧୫ ତାରିଖ୍‌ ଭିତରେ କଳାହାଣ୍ଡି ଜିଲାରେ ନୂତନ ଡାକ୍‌ତର ନିଯୁକ୍ତ ହେବେ। ସେ ସମିଆରେ ଖାଲି ପଡ଼ିଥିବାର ଡାକ୍‌ତର ପଦବୀମାନେ ପୂରନ୍‌ କରାଯିବା ବଲି ସେ କହିଥିଲେ।