Categories: ଖେଳ

ଗୋଲ୍ଡେନ ଗର୍ଲ ଚାମ୍ପିୟନଶିପ୍‌ : ଭାରତୀୟ ବକ୍ସରଙ୍କୁ ୬ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୩।୨ (ପି.ଟି.)-ସ୍ବିଡେନ୍‌ର ବୋରାସରେ ଅନୁଷ୍ଠିତ ଗୋଲ୍ଡେନ ଗର୍ଲ ଚାମ୍ପିୟନଶିପ୍‌ରେ ଭାରତୀୟ ଜୁନିୟର ଓ ୟୁ୨ତିଛି, ଯେଉଁଥିରେ ୬ ସ୍ବର୍ଣ୍ଣ ରହିଛି। ସେହିଭଳି ‘ବେଷ୍ଟ ବକ୍ସର’ ପୁରସ୍କାର ମଧ୍ୟ ଭାରତକୁ ମିଳିଛି। ଭାରତୀୟ ଜୁନିୟର ମହିଳା ଦଳ ୫ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ମୋଟ୍‌ ୯ ପଦକ ହାସଲ କରିଛି। ଅପରପକ୍ଷରେ ଗୋଟିଏ ସ୍ବର୍ଣ୍ଣ ଓ ୪ ବ୍ରୋଞ୍ଜ ସହ ୟୁଥ୍‌ ଭାରତୀୟ ଦଳ ମୋଟ୍‌ ୫ ପଦକ ଅର୍ଜନ କରିଛି ବୋଲି ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଜୁନିୟର ବର୍ଗରେ ଅଂଶଗ୍ରହଣ କରିଥିବା ହରିୟାଣାର ପ୍ରାଚୀ ଧଙ୍କର (୫୦ କିଗ୍ରା) ଶ୍ରେଷ୍ଠ ବକ୍ସର ପୁରସ୍କାର ହାସଲ କରିଥିଲେ। ପ୍ରାଚୀଙ୍କ ବ୍ୟତୀତ ଏଥୋଇବି ଚାନୁ ଓ୍ବାଙ୍ଗ୍‌ଜାମ (୫୪ କିଗ୍ରା), ଲଶୁ ଯାଦବ (୬୬ କିଗ୍ରା) ଓ ମାହି ରାଘବ (୮୦ କିଗ୍ରା) ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ୟୁଥ୍‌ ବିଭାଗରେ ମୁସ୍କାନ୍‌ (୫୪ କିଗ୍ରା) ଏକମାତ୍ର ସ୍ବର୍ଣ୍ଣ ସଫଳତା ଦେଶ ପାଇଁ ଆଣିଥିଲେ। ପ୍ରତିଯୋଗିତାରେ ମୋଟ୍‌ ୭୫ ଟିମ୍‌ ଅଂଶଗ୍ରହଣ କରିଥିଲେ।

Share