Categories: ଜାତୀୟ

ଗୋଲ୍ଡ, ସିଲ୍‌ଭର ପ୍ଲେଟେଡ୍‌ ବାସନରେ ଟ୍ରମ୍ପ ଦମ୍ପତିଙ୍କୁ ପରସା ଯିବ ଖାଦ୍ୟ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪-୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ନେଇ ସବୁଠି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ଗସ୍ତ ସମୟରେ ଏମାନଙ୍କୁ ଖାଦ୍ୟ ପରସିବା ଲାଗି ସ୍ବତନ୍ତ୍ର ଧରଣର ଗୋଲ୍ଡ ଓ ସିଲଭର ପ୍ଲେଟେଡ୍‌ ବାସନରେ ଖାଦ୍ୟ ପରସା ଯିବ ବୋଲି ଜଣାପଡିଛି। ଏହାର ନିର୍ମାତା ଅରୁଣ ପବୁଓ୍ବାଲ କହିଛନ୍ତି ଏହା ଏକ ସ୍ବତନ୍ତ୍ର ଡିଜାଇନ୍‌। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଯେତେବେଳେ ଭାରତ ଗସ୍ତରେ ଆସିଥିଲେ ସେତେବେଳେ ତାଙ୍କୁ ମଧ୍ୟ ଏହି ବାସନରେ ଖାଦ୍ୟ ପରସା ଯାଇଥିଲା ବୋଲି ସେ କହିଛନ୍ତି।

Share