ଗୋଳାବାରୁଦ କାରଖାନା ନିଗମୀକରଣକୁ ବିରୋଧ

ସଇଁତଲା, ୨୦ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନା ୱାକର୍‌ସର ୟୁନିୟନ ନଗମୀକରଣକୁ ବିରୋଧ କରିଛି। ଏଥିସହ ୟୁନିଅନ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ୧୨ଘଣ୍ଟାକୁ ବୃଦ୍ଧି ନିଷ୍ପତ୍ତିକୁ ନାପସନ୍ଦ କରିଛି। ଏ ନେଇ ସଂଘ ପକ୍ଷରୁ ବୁଧବାର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ସମ୍ବଳିତ ଏକ ଦାବିପତ୍ର କାରଖାନାର ମହାପ୍ରବନ୍ଧକ ରାଜେଶ ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଉପରୋକ୍ତ ପ୍ରସଙ୍ଗ ସହ ତୁରନ୍ତ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଦାବି କରାଯାଇଛି । ୱାକର୍‌ସର ୟୁନିୟନର ସଭାପତି ଭରତ ମାଝୀ, ସମ୍ପାଦକ ହରିହର ସିଂ, ବିପିଏମଏସର ସହ ସମ୍ପାଦକ ରବିନ୍ଦ୍ର ମିଶ୍ର, ବରିଷ୍ଠ ସଭ୍ୟ ଅରୁଣ ପଟେଲ, କାର୍ଯ୍ୟସମିତି ସଦସ୍ୟ ପ୍ରଦୀପ କର ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Share