ଗୋଷ୍ଠୀ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୭।୪ – ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି ଢେଙ୍କାନାଳ ଜିଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ। ପ୍ରଶାସନର ନିଷ୍ପତ୍ତି ପରେ ସାମାଜିକ କର୍ମୀମାନେ ନିଜ ନିଜ ସ୍ତରରେ କରୋନାକୁ ହରାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇଡିଅଟ’ ପକ୍ଷରୁ ସ୍ଥାନୀୟ ସଦର ବ୍ଲକ ବଣସିଂହ ଏବଂ ରାଧାଦେଈପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ କୋଭିଡ୍‌-୧୯ ମୁକାବିଲା ଲାଗି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟକ୍ତିଗତ ଏବଂ ଗୋଷ୍ଠୀ ପରିଚ୍ଛନ୍ନତା, ହାତଧୁଆ ଏବଂ ପରିମଳ ବ୍ୟବସ୍ଥା ସୁଧାରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପଞ୍ଚାୟତର ଦଳିତ ବସ୍ତିରେ ହାତଧୁଆ ଅଭ୍ୟାସ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଶିଶିର ଶତପଥୀ, ସରୋଜ ଶତପଥୀ, ଶିଶିର ପାଣି, ରଞ୍ଜନ ହୋତା, ସୁବ୍ରତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share