ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ଖୋର୍ଦ୍ଧାରେ ପାଳନ ହେବନି ରଜ, ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୨।୬: କରୋନା ଲାଗି ଫିକା ପଡିବ ଓଡ଼ିଆଙ୍କ ଗଣ ପର୍ବ ରଜ। ବାହାରେ ହୋଇ ପାରିବ ନାହିଁ ସାମୁହିକ କାର୍ଯ୍ୟକ୍ରମ। ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଖୋର୍ଦ୍ଧା ଉପକଣ୍ଠ ଉପଜିଲାପାଳ ଶାନ୍ତନୁ ମହାନ୍ତି। ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଖୋର୍ଦ୍ଧା,ବେଗୁନିଆ, ବୋଳଗଡ଼,ଚିଲିକା, ବାଣପୁର ବ୍ଲକ ଅଞ୍ଚଳରେ ରଜ ଉତ୍ସବ ପାଳନ ହୋଇ ପାରିବ ନାହିଁ । ଏ ନେଇ କଟକଣା ଜାରି କରିଛନ୍ତି ଉପଜିଲାପାଳ । ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି ଉପଜିଲାପାଳmକହିଛନ୍ତି ।

Share