ଗଞ୍ଜାମ,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏ ନେଇ ପ୍ରଶାସନର ଚିନ୍ତାବଢ଼ୁଛି । କରୋନା ସମ୍ପର୍କିତ ଏକ ବୈଠକ ମଙ୍ଗଳବାର ଏନ୍ଏସି କନ୍ଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା । ତହସିଲଦାର ଅବନୀ କୁମାରଙ୍କ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା ସ୍ଥିତି ଅସମ୍ଭାଳ ଯୋଗୁ ପରିବା ଓ ମାଛ, ମାଂସ ଷ୍ଟାଡିୟମରେ ବିକ୍ରି ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡିଛି। ଫଳରେ ବଜାରରେ ଗହଳି ହେବ ନାହିଁ । ଏଥିସହିତ ଗୋଷ୍ଠୀ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ବୈଠକରେ ଅତିରିକ୍ତ ତହସିଲଦାର ସନାତନ ମହାଳିକ, ଏସଆଇ ସୁକାନ୍ତ ପ୍ରଧାନ, ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକ, ସମ୍ପାଦକ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।