ଗୋଷ୍ଠୀ ସଂଘର୍ଷ, ୫ ଆହତ

ପାତ୍ରପୁର,୨୦ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଗୋପାଳପଲ୍ଲୀ ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି। ପୂର୍ବରୁ ଶ୍ରୀରାମ ନବମୀବେଳେ ଉଭୟ ଗୋଷ୍ଠୀ ଦର୍ଶନ ପାଇଁ ମାର୍‌ପିଟ ହୋଇ ୮ରୁ ଉର୍ଦ୍ଧ୍ୱ ଆହାତ ହୋଇଥିଲେ। ସୋମବାର ରାତିରେ କଥାକଟାକଟିକୁ ନେଇ ପୁଣି ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପୋଲିସ ପହଞ୍ଚତ୍ ୧୪ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି।

Share