Categories: ଖେଳ

ଗୌତମଙ୍କ ଚୁକ୍ତି ବାତିଲ କଲା ଜିସିଏ

ରାଜକୋଟ,୭।୧୧(ପି.ଟି.)- କେପିଏଲ ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ହୋଇ ଗିରଫ ହୋଇଥିବା ସି.ଏମ୍‌. ଗୌତମଙ୍କ ଚୁକ୍ତିକୁ ଗୁରୁବାର ଗୋଆ କ୍ରିକେଟ ଆସୋସିଏଶନ (ଜିସିଏ) ବାତିଲ କରି ଦେଇଛି। ଏଥିସହିତ ଆସୋସିଏଶନ ପକ୍ଷରୁ ନୂଆ ଅଧିନାୟକ ଘୋଷଣା କରାଯାଇଛି। ଦର୍ଶାନ ମିସାଲଙ୍କୁ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ଲାଗି ଗୋଆ ଦଳର ନେତୃତ୍ୱ ଦିଆଯାଇଛି। ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଗିରଫ ଖବର ପାଇବା ପରେ ଆମେ ତାଙ୍କ ଚୁକ୍ତି ବାତିଲ କରିଦେଇଛୁ। ଏ ସମ୍ପର୍କରେ ଆମେ ବିସିସିଆଇକୁ ପତ୍ର ଲେଖିଛୁ। ଦଳରେ ନୂଆ ଖେଳାଳି ଭାବେ ପ୍ରଥମେଶଙ୍କୁ ସାମିଲ କରାଯାଇଛି ବୋଲି ଜିସିଏ ସମ୍ପାଦକ ବିପୁଲ ଫାଡ୍‌କେ କହିଛନ୍ତି। ସୟଦ ମୁସ୍ତାକ ଅଲିର ପ୍ରଥମ ମ୍ୟାଚ୍‌ରେ ଗାଆ ବିଶାଖାପାଟଣାରେ ବରୋଦାକୁ ଭେଟିବ।

Share