Categories: ଖେଳ

ଗ୍ରାଉଣ୍ଡରେ ଖେଳାଳି ପ୍ରଶଂସକଙ୍କ ମାରପିଟ

ସାଓ ପାଉଲୋ,୩।୨- ବ୍ରାଜିଲର ଏକ ଫୁଟବଲ କ୍ଲବ ମ୍ୟାଚ୍‌ ପ୍ରଶଂସକଙ୍କ ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ ପ୍ରଥମେ ପ୍ରଶଂସକମାନେ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିବା ପରେ ଭ୍ରମଣକାରୀ ଦଳର ଖେଳାଳିଙ୍କ ସହ ମାରପିଟ କରିଥିଲେ। ଫିଗୁରେନ୍‌ସ ବିପକ୍ଷ ମ୍ୟାଚ୍‌ରେ ଆଭାଇ ୨-୦ ଗୋଲରେ ଆଗୁଆ ଥିଲା। ଉକ୍ତ ଘଟଣା ଏପରି ଥିଲା କି, ଶାର୍ଟ ପିନ୍ଧି ନ ଥିବା ଜଣେ ଫ୍ୟାନ ଗ୍ରାଉଣ୍ଡରେ ଦୌଡ଼ୁ ଥିବାବେଳେ ରିଜର୍ଭ ଗୋଲକିପର ଗ୍ଲେଡସନ ଅଟକାଇଥିଲେ। ଉକ୍ତ ପ୍ରଶଂସକ ତଳେ ପଡ଼ିବା ପରେ ଅନ୍ୟ ଆଭାଇ ଖେଳାଳି ବ୍ରୁନୋ ସିଲଭା କିକ୍‌ କରିଥିଲେ। ଏହାପରେ ଦଳର ଅନ୍ୟ ସଦସ୍ୟମାନେ ଫ୍ୟାନଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଫିଲ୍ଡରୁ ପ୍ରଶଂସକଙ୍କୁ ନେଇ ଯାଇଥିଲେ। ବ୍ରଜିଲିଆନ ଗଣମାଧ୍ୟମ ଅନୁଯାୟୀ, ବ୍ରୁନୋ ସିଲଭା ସବଷ୍ଟିଚ୍ୟୁଟ ଖେଳାଳି ଭାବେ ପଡ଼ିଆରେ ପ୍ରବେଶ କରିବା ପରେ ଫିଗୁରେନ୍‌ସ ଦଳର ପ୍ରଶଂସକଙ୍କ ଦ୍ୱାରା ଅପମାନିତ ହୋଇଥିଲେ। ମ୍ୟାଚ୍‌ ୨୦ ମିନିଟ୍‌ ଧରି ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ପରେ ଦୁଇ ଦଳ ପକ୍ଷରୁ କୌଣସି ଗୋଲ ସ୍କୋର କରାଯାଇ ନ ଥିଲା।

Share