Categories: ଖେଳ

ଗ୍ରାଉଣ୍ଡରେ ବୁଲି ଅଭିବାଦନ ଗ୍ରହଣ କଲେ କିମ୍ବଦନ୍ତୀ କ୍ରିକେଟର

କୋଲକାତା,୨୩।୧୧- ଚା’ ପାନ ବିରତିରେ ଏକାଧିକ ପୂର୍ବତନ କ୍ରିକେଟର ଗାଡିରେ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଗଲ୍ଫ କାର୍ଟରେ ବୁଲିଥିଲେ ଓ ହାତ ହଲାଇ ଦର୍ଶକଙ୍କୁ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ପୁରୁଷ କ୍ରିକେଟରମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, କପିଲ ଦେବ, ଅନିଲ କୁମ୍ବଲେ, କେ. ଶ୍ରୀକାନ୍ତ, ଦୀଲିପ ଭେଙ୍କସରକାର ଓ ମହମ୍ମଦ ଅଝାରୁଦ୍ଦିନ ଭାରତୀୟ କ୍ରିକେଟର ମକ୍କା କୁହାଯାଉଥିବା ଇଡେନ ଗାର୍ଡେନ ବୁଲିଥିଲେ। ଖଚାଖଚ୍‌ ଭରା ଷ୍ଟାଡିୟମ ମଧ୍ୟ ଏହି କ୍ରିକେଟରଙ୍କୁ ସମ୍ମାନ ପ୍ରଦର୍ଶନ କରିବାରେ ଆଦୌ ହେଳା କରି ନ ଥିଲା। ସେହିପରି ମହିଳା କ୍ରିକେଟରଙ୍କ ମଧ୍ୟରେ ମିଥାଲି ରାଜ, ଝୁଲଣ ଗୋସ୍ବାମୀ ଓ ପୂର୍ବତନ ମହିଳା ଖେଳାଳି ଶାନ୍ତା ରଙ୍ଗସ୍ବାମୀ ଏହି ଐତିହାସକ ମୁହୂର୍ତ୍ତରେ ଉପସ୍ଥିତ ରହି ଦର୍ଶକଙ୍କ ଅଭିଭାଦନ ଗ୍ରହଣ କରିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ଅଫିସିଆଲ ଟୁଇଟର ହ୍ୟାଣ୍ଡଲ୍‌ରେ ଏ ନେଇ ଭିଡିଓ ଅପ୍‌ଲୋଡ କରିଛି।

Share