ଗ୍ରାଜିଆ ମାଗାଜିନ ପାଇଁ ଫଟୋ ଶୁଟ୍‌ କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ନେସ୍‌ ପାଇଁ। କିଛି ସମୟ ହେବ ସେ ବଡ ପରଦାରୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ସେ ଖୁବ୍‌ ଆକ୍ଟିଭ୍‌। ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାଆନ୍ତି। ନିକଟରେ ସେ ଗ୍ରାଜିଆ ମାଗାଜିନ୍‌ ପାଇଁ ଫଟୋ ଶୁଟ୍‌ କରିଥିବା ଜଣାପଡିଛି। କାହିଁକିନା ସେ ଏହାର କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏମିତିକି ମାଗାଜିନର କଭର ଫଟୋ ମଧ୍ୟ ଶେୟାର କରିଛନ୍ତି ଅନୁଷ୍କା। ଏହି ଫଟୋରେ ଅନୁଷ୍କା ଖୁବ୍‌ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି। ଗ୍ରାଜିଆର ଫେବୃୟାରୀ ସଂସ୍କରଣରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଛି। ଅବଶ୍ୟ ଏହା ପୂର୍ବରୁ ସେ ଭୋଗ ମାଗାଜିନ୍‌ ପାଇଁ ଫଟୋ ଶୁଟ୍‌ କରି ଆସିଛନ୍ତି ଚର୍ଚ୍ଚାକୁ। ବଲିଉଡ୍‌ର ଷ୍ଟାଇଲିସ୍‌ ନାୟିକାଙ୍କ ମଧ୍ୟରେ ଅନୁଷ୍କା ଜଣେ। ତାଙ୍କର ଏହି ଷ୍ଟାଇଲିସ୍‌ ଅନ୍ଦାଜ ଫଟୋରେ ଦେଖିବାକୁ ମିଳିଛି। ଏବେ ଏହି ଫଟୋକୁ ନେଇ ଲାଇକ୍‌ ଓ କମେଣ୍ଟ ମଧ୍ୟ ଆସିବାରେ ଲାଗିଛି। ଅନୁଷ୍କାଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସଙ୍କ ସଂଖ୍ୟା ରହିଛି ପ୍ରାୟ ୩୨.୩ ମିଲିୟନ।

Share