Categories: ଫୁରସତ

ଗ୍ରାଜୁଏଟ୍‌ ହେବା ଖୁସିରେ ୪୦୦ ଭୋକିଲା ପିଲାଙ୍କୁ ଖାଇବାକୁ ଦେଲେ ଯୁବତୀ

ଆଜିକାଲିର ଯୁବଗୋଷ୍ଠୀ ପାର୍ଟି ନାମରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଟେକ୍ସାସର ଜଣେ ଯୁବତୀ ସ୍ନାତକ ହେବା ଖୁସିରେ ନିଜ ପକେଟ ଖର୍ଚ୍ଚରେ ୪୦୦ ଭୋକିଲା ପିଲାଙ୍କୁ ଖାଇବାକୁ ଦେଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲିନ୍‌ କାର୍ସକୋ ନାମକ ଏହି ଯୁବତୀ ସ୍ନାତକ ହେବା ପରେ ତାଙ୍କୁ ପରିବାର ଲୋକେ ତାଙ୍କୁ ସାଙ୍ଗମାନଙ୍କୁ ପାର୍ଟି ଦେବା ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ସେ ଅଯଥା ଖର୍ଚ୍ଚ ନ କରି ହ୍ୟୁଟନରେ ଥିବା ‘ଷ୍ଟାର୍‌ ଅଫ୍‌ ହୋପ୍‌ ସେଣ୍ଟର’ରେ ଏକ ଇଭେଣ୍ଟ ଆୟୋଜନ କରି ଭୋକିଲା ପିଲାଙ୍କୁ ଖାଇବାକୁ ଦେଇଥିଲେ। ଲିନ୍‌ଙ୍କ ଏଭଳି ଚିନ୍ତାଧାରାକୁ ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସିତ ହୋଇଛନ୍ତି।

Share