Advertisement

ଗ୍ରାଜୁଏଟ ହେଲେ ନୋବେଲ ବିଜୟିନୀ ମଲାଲା

ଇସ୍‌ଲାମାବାଦ,୨୦।୬: ପାକିସ୍ତାନର ସାମାଜିକ କର୍ମୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁଶୁଫଜଇ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରୁ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି। ସେ ଦର୍ଶନଶାସ୍ତ୍ର, ରାଜନୀତି ଓ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବା ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି ଏବେ ମୋର ଖୁସିର ସୀମା ନାହିଁ। ଏବେ କିନ୍ତୁ କାମ ହେଲା ନେଟଫ୍ଲିକ୍ସରେ ମନୋରଞ୍ଜନ କରିବା, ପଢିବା ଓ ଶୋଇବା। ମଲାଲାଙ୍କ ଏହି ଟୁଇଟ୍‌କୁ ଏବେ ପର୍ଯ୍ୟନ୍ତ ୩.୮୭ ଲକ୍ଷ ଲାଇକ୍ସ ମିଳି ସାରିଥିବା ବେଳେ ୫୮ ହଜାର ଥର ଶେୟାର କରାଗଲାଣି। ସୂଚନାଯୋଗ୍ୟ, ମାତ୍ର ୧୭ ବର୍ଷ ବୟସରେ ନୋବେଲ ବିଜୟିନୀ ମଲାଲା ଶିକ୍ଷାର ସମର୍ଥନରେ ଆଗେଇ ଆସିଥିବା ବେଳେ ତାଲିବାନ ଉଗ୍ରବାଦୀ ତାଙ୍କୁ ଗୁଳି କରି ଦେଇଥିଲେ। ସେତେବେଳେ ସେ ମାତ୍ର ୧୫ ବର୍ଷ ବୟସର ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share