ଗ୍ରାମକୁ ସାନିଟାଇଜ କଲା ଯୁବକ ସଂଘ

ବାହାନଗା/ରେମୁଣା, ୭ା୬(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଗ୍ରାମର ଶିବାଜୀ ଯୁବକ ସଂଘ ପକ୍ଷରୁ ଗ୍ରାମକୁ ସାନିଟାଇଜ କରାଯାଇଛି। ଗ୍ରାମରେ ଥିବା ଶିବାଜୀ ଯୁବକ ସଂଘର ସଦସ୍ୟ ସଞ୍ଜୟ କୁମାର ଦାସଙ୍କ ନେତୃତ୍ୱରେ ସତ୍ୟରଞ୍ଜନ ଦାସ, ପରେଶ ବେହେରା, ବିରେନ୍ଦ୍ର ଦାସ, ଅଜୟ ଦାସ, ଅନୀଲ ଦାସ, ହରିଚନ୍ଦନ ଦାସ ପ୍ରମୁଖ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହଯୋଗରେ ହାତିଆଗଣ୍ଡ ଗ୍ରାମକୁ କରୋନା ସଂକ୍ରମଣଠାରୁ ଦୂରରେ ରଖିବା ନିମନ୍ତେ ସମ୍ପୂର୍ଣ୍ଣ ଗ୍ରାମକୁ ସାନିଟାଇଜ କରିଛନ୍ତି। ସଦସ୍ୟମାନଙ୍କ ଉଦ୍ୟମରେ ନିଜେ ଲୋକମାନଙ୍କୁ ସଚେତନ କରିବା ସହିତ ମେଶିନ ଦ୍ୱାରା ଗ୍ରାମକୁ ସାନିଟାଇଜ କରିଥିଲେ। ଏଭଳି କାମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।