ଗ୍ରାମବାସୀଙ୍କ ଦ୍ବାରା ଚୋରା ଝାଉଁ କାଠ ଜବତ

ବାହାନଗା,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବରିପଦା ପଞ୍ଚାୟତର ଅଟାସପୁର ଛକରୁ ରବିବାର ବେଆଇନ ଝାଉଁ କାଠ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଛି। ଏ ନେଇ ଗ୍ରାମବାସୀ ଫରେଷ୍ଟ ଗାର୍ଡଙ୍କୁ ଖବର ଦେଇଥିଲେ ସୁଦ୍ଧା ଏଯାବତ୍‌ ଘଟଣାସ୍ଥଳରେ ସେମାନେ ନ ପହଞ୍ଚିବା ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।