ଓଡ଼ଗାଁ, ୨୩।୯(ସ୍ବ.ପ୍ର.)-ଜଙ୍ଗଲ କ୍ଷୟ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ସେମାନଙ୍କୁ କେତେକ ଖଳପ୍ରକୃତିର ଲୋକ ଶିକାର କରୁଥିବା ବହୁ ନଜିର ରହିଛି ା ଏପରିସ୍ଥଳେ ନୟାଗଡ ଜିଲା ଓଡ଼ଗାଁ ନିକଟସ୍ଥ ବଧୂଲୀପୁର ଗ୍ରାମବାସୀ ରବିବାର ଅପରାହ୍ନରେ ଜଙ୍ଗଲ ନିକଟରୁ ଏକ ହରିଣ ଛୁଆ ଉଦ୍ଧାର କରିବା ପରେ ବନପାଳଙ୍କୁ ହସ୍ତାନ୍ତର କରିଛନ୍ତି।
ଯେ, ବଧୂଲୀପୁର ଗ୍ରାମର ଫକୀର ବାରିକ ଜଙ୍ଗଲ ନିକଟ ନିଜ ବିଲ ହୁଡାରେ ଘାସ କାଟୁଥିବା ବେଳେ ଏକ ହରିଣ ଛୁଆ ଦେଖିବାକୁ ପାଇଥିଲେ ା ଛୁଆ ନିକଟରେ ହରିଣ ପଲ କିମ୍ବା ତାର ମା ନ ଥିବା ସେ ଜାଣିବାପରେ ତାକୁ ଧରି ନେଇ ଗ୍ରାମକୁ ଆଣିଥିଲେ ା ଗ୍ରାମବାସୀ ଏ ସମ୍ପର୍କରେ ବାହାଡ଼ାଝୋଲା ବନପାଳଙ୍କୁ ଜଣାଇଥିଲେ ା ବନପାଳ ସରିତା ବରାଳ ତୁରନ୍ତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚତ୍ ହରିଣ ଛୁଆ ଉଦ୍ଧାର କରିଥିଲେ। ହେଲେ ଉଦ୍ଧାର ଛୁଆଟି ସୁସ୍ଥ ଥିବାବେଳେ ସେ ମାତ୍ର ୫/୬ ଦିନର ବୋଲି ବନପାଳ ବରାଳ ସୂଚନା ଦେଇଛନ୍ତି ା ସୋମବାର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଯିବା ପରେ ହରିଣ ଛୁଆକୁ ସେହି ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନପାଳ ସୂଚନା ଦେଇଛନ୍ତି ା ଅନ୍ୟପକ୍ଷେ ନିକଟସ୍ଥ ବାଲିସିଂସା-ବଧୂଲୀପୁର ସଂରକ୍ଷିତ ଜଙ୍ଗଲରେ କିଛି ବର୍ଷ ପୂର୍ବେ ମାତ୍ର ଦୁଇଟି ହରିଣ ଦେଖାଯାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ବନ୍ୟପ୍ରାଣୀଙ୍କ ସୁରକ୍ଷା ଯୋଗୁ ସେମାନଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇଛି ା