ଗ୍ରାମରେ ବ୍ଲିଚିଂ ପକାଇ ବିଶୋଧନ

ବାହାନଗା, ୭ା୪(ଡି.ଏନ୍‌.ଏ.)-ବିଶ୍ୱ ମହାମାରୀ କରୋନା ଭାଇରସକୁ ରୋକିବା ଲାଗି ସାରା ଭାରତରେ ଲକ୍‌ ଡାଉନ୍‌ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ତାର କଡା ମୁକାବିଲା କରିବା ସହିତ ନିଜକୁ କିପରି ସୁରକ୍ଷିତ ରଖିହେବ ଏନେଇ ପଞ୍ଚାୟତ ତରଫରୁ ସରକାରଙ୍କ ନିର୍ଦ୍ଦେଶ ମୂଳେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର ନାଏବ ସରପଞ୍ଚ ନିଜ ଉଦ୍ୟମରେ ୧୨ଟି ଓ୍ବାର୍ଡକୁ ସାନିଟାଇଜେସନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିବପ୍ରସାଦ ପାଠାଗାରର ସଦସ୍ୟ ଈଶ୍ୱର ବେହେରା, ଲିପିକା ସାମଲ, ମନୋଜ କୁମାର ପାଣିଗ୍ରାହୀ, ବିଦ୍ୟାଧର ପାଣିଗ୍ରାହୀ, ଜିତେନ୍ଦ୍ର ବେହେରା, ରମେଶ ପାଣିଗ୍ରାହୀଙ୍କ ସମେତ ପାଠାଗାରର ସମ୍ପାଦକ ରତିକାନ୍ତ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।

Share