Categories: ଜାତୀୟ

ଗ୍ରାମାଞ୍ଚଳରେ କାମ କରିବାକୁ ରାଜି ନ ହେଲେ ଡାକ୍ତରଙ୍କୁ ଭୋଗିବାକୁ ପଡିବ ୫ ବର୍ଷ ଜେଲ୍‌

ମୁମ୍ବାଇ,୧୦।୯: ମହାରାଷ୍ଟ୍ର ସରକାର ଏବେ ଡାକ୍ତରମାନଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ଗ୍ରାମାଞ୍ଚଳରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବଢିଯାଉଥିବା ଦୂରତାକୁ କମ୍‌ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର। ଏବେ ୨୦ ପ୍ରତିଶତ ମେଡିକାଲ ପୋଷ୍ଟ ଗ୍ରାଜୁଏଶନ ଓ ୧୦ ପ୍ରତିଶତ ଏମ୍‌ବିବିଏସ୍‌ ସିଟ୍‌ ଏମିତି ଡାକ୍ତରଙ୍କ ପାଇଁ ସଂରକ୍ଷିତ ରଖାଯିବ ଯେଉଁମାନେ ଗ୍ରାମାଞ୍ଚଳରେ କାମ କରିବାକୁ ରାଜିଥିବେ। ଏହାପରେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ୫ ବର୍ଷ ଓ ପୋଷ୍ଟ ଗ୍ରାଜୁଏଶନ ଡାକ୍ତରଙ୍କୁ ଗ୍ରାମାଞ୍ଚଳରେ ୭ ବର୍ଷ ପାଇଁ କାମ କରିବାକୁ ପଡିବ। ଆଉ ପାଠପଢା ସରିବା ପରେ ଯଦି ଏଥିରେ କେହି ଡାକ୍ତର ରାଜି ନ ହୁଅନ୍ତି ତେବେ ତାଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ ସହିତ ଡିଗ୍ରୀ ମଧ୍ୟ ଫେରସ୍ତ ନିଆଯିବ ବୋଲି ସରକାର କହିଛନ୍ତି।

Share