ଗ୍ରାମାଞ୍ଚଳରେ ଲୋକେ ମାନୁନାହାନ୍ତି ଲକଡାଉନ୍‌ ନିୟମ

ଭବାନୀପାଟଣା,୬।୪(ସ୍ବ.ପ୍ର): କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ ନିୟମ କଡାକଡି କରିଛନ୍ତି। ତେବେ ଏବେବି କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ ନିୟମ ମାନୁନାହାନ୍ତି। ପୋଲିସ ଆସିଲେ ଗଁ। ରାସ୍ତାର ବିଭିନ୍ନ ଛକ ଜନଶୂନ୍ୟ ହୋଇଯାଇଛି, ଗଲା ପରେ ପୁଣି ଲୋକାରଣ୍ୟ ହୋଇଯାଇଛି। କେତେକ ଅମାନିଆ ବ୍ୟକ୍ତି ରାସ୍ତାରେ ଭିଡ ଜମାଉଛନ୍ତି। ଜିଲାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇସାରିଥିବାବେଳେ ଲେକେ ଅମାନିଆ ହେବା ଚିନ୍ତାର କାରଣ ହୋଇଛି। ସେହିପରି କେତେକ ଗଁ।ରେ ଲୋକଦେଖାଣିଆଭାବେ ବାହାର ଲୋକଙ୍କୁ ଗ୍ରାମରେ ପ୍ରବେଶ ନ କରିବା ପାଇଁ ଗଛ ପକାଇ, ବାଡ ବାନ୍ଧି ରାସ୍ତା ଅବରୋଧ କରାଯାଇଛି। କିନ୍ତୁ ଗଁ। ଭିତରେ ଖୁଲମଖୁଲା ଭିଡ ଜମାଉଥିବା ଦେଖିବାକୁ ମିଳୁଛି। ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ବାଇକ ଜବତ କରୁଛି। ଏହାପରେ ମଧ୍ୟ ଅମାନିଆ ବ୍ୟକ୍ତି ସୁଧୁରୁ ନାହାନ୍ତି। ଅପରପକ୍ଷରେ ଲୋକଙ୍କୁ ଘରେ ରହିବା ପାଇଁ ରାଜ୍ୟ ଶକ୍ତି,ଶିଳ୍ପ,ଏମ୍‌ଏସଏମଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ସୋସିଆଲ ମିଡିଆ ମାଧ୍ୟମରେ ବାର୍ତ୍ତ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି।

Share