ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଗଛ କଟା ନେଇ ଅସନ୍ତୋଷ

ଖଇରା, ୨ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ରେଞ୍ଜ ଅଧୀନ ଖଇରା ବ୍ଲକର ଦେଉଳି ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଆକାଶିଆ ଗଛ କାଟିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅମ୍ପନ ବାତ୍ୟାରେ କିଛି ଗଛ ଭାଙ୍ଗି ପଡିବା ପରେ ଏହି ଆଳରେ ସୋର ରେଞ୍ଜ ଅଫିସ ତରଫରୁ ୧୬୫ଟି ଗଛ କାଟିବାକୁ ବନ ଉନ୍ନୟନ ନିଗମକୁ ଦାୟିତ୍ୱ ଦିଆଯାଇଥିଲା ା ହେଲେ ୭ଦିନ ହେଲା ଅବାଧରେ ଗଛ କଟା ଚାଲିଛି ା ଏଭଳି ନିଷ୍ପତ୍ତିକୁ ପୂର୍ବତନ ସରପଞ୍ଚ ଉପେନ୍ଦ୍ର ସାହୁ ତଥା ଗ୍ରାମ୍ୟ ଜଙ୍ଗଲ କମିଟିର ସଭ୍ୟ ନରେନ୍ଦ୍ର ଶିଅଳ ଓ ରତ୍ନାକର ସାମଲ ତୀବ୍ର ବିରୋଧ କରିଛନ୍ତି ା ଖୁବ୍‌ଶୀଘ୍ର ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଜିଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ା ଏ ସମ୍ପର୍କରେ ରେଞ୍ଜର ବବିତା ସୋରେନଙ୍କୁ ପଚରାଯିବାରୁ ଗ୍ରାମ କମିଟି ତରଫରୁ ରିଜୋଲ୍ୟୁଶନ ଦିଆଯିବା ପରେ ବନବିଭାଗ ଗଛ କାଟିବାକୁ ଅନୁମତି ଦେଇଛି ା ଏଥିରେ କୌଣସି ଅନିୟମିତତା ହୋଇ ନ ଥିବା କହିଛନ୍ତି।

Share