Categories: ଗଞ୍ଜାମ

ଗ୍ରାସୀମର ପୂର୍ବତନ ସୁରକ୍ଷା ଅଧିକାରୀଙ୍କୁ ମିଳିଲା ଜାମିନ

ଛତ୍ରପୁର,୨୮ା୯(ଡି.ଏନ.ଏ.)-ବଳାତ୍କାର ଉଦ୍ୟମ ମାମଲାରେ ଗିରଫ ହୋଇ ଛତ୍ରପୁର ସବ୍‌ ଜେଲରେ ଥିବା ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ର ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ ଶୁକ୍ରବାର ଜାମିନରେ ମୁକୁଳିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟରେ ୨୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ଜରିଆରେ ତାଙ୍କୁ ଜାମିନ୍‌ ମିଳିଛି ା ପୋଲିସ ତଦନ୍ତରେ ସହଯୋଗ କରିବା, ଅଭିଯୋଗକାରୀଙ୍କୁ ଧମକ ନ ଦେବା ଏବଂ ଏପରି କାର୍ଯ୍ୟରେ ଆଉ ଲିପ୍ତ ନ ହେବାକୁ କୋର୍ଟ ତାଙ୍କ ଉପରେ ସର୍ତ୍ତ ରଖିଛନ୍ତି। ଗତ ମେ ୨୫ ତାରିଖରେ କାମ ଦେବା ନାଁରେ ଗ୍ରାସୀମ ଇଣ୍ଡଷ୍ଟ୍ରୀଜ୍‌ର ତତ୍କାଳନୀ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ ବଳାକତ୍ାର ଉଦ୍ୟମ କରିଥିବା ନେଇ ଜଣେ ମହିଳା ଗଞ୍ଜାମ ଥାନାରେ ଏତଲା ଦେଇଥିଲେ ା ଏହାକୁ ଭିତ୍ତିକରି ପୋଲିସ ମାମଲା (ନଂ.୪୨/୧୯) ରୁଜୁ କରିଥିଲେ ମଧ୍ୟ ସଞ୍ଜୟଙ୍କୁ ଗିରଫ କରିପାରି ନ ଥିଲା ା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୫ ତାରିଖରେ ଛତ୍ରପୁର ଏସଡିଜେଏମ୍‌ କୋର୍ଟରେ ସଞ୍ଜୟ ଆମତ୍ସମର୍ପଣ କରିଥିଲେ। ସେ ସମୟରେ ତାଙ୍କ ଜାମିନ୍‌ ଆବେଦନ ଛତ୍ରପୁର ଏସଡିଜେଏମ୍‌ ଓ ଏଡିଜେ କୋର୍ଟରେ ଖାରଜ ହୋଇଥିଲା ା