Categories: ବାଣିଜ୍ୟ

ଗ୍ରାହକଙ୍କ ପସନ୍ଦ ପ୍ରିମିୟମ ପ୍ରଡକ୍ଟ: ସାମ୍‌ସଙ୍ଗ ଭିପି

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭାରତୀୟ ଗ୍ରାହକମାନେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କ୍ରୟ ବେଳେ ପ୍ରିମିୟମ ପ୍ରଡକ୍ଟକୁ ଅଧିକ ପସନ୍ଦ କରୁଛନ୍ତି। ଟିଭି, ଫ୍ରିଜ ଭଳି ପ୍ରଡକ୍ଟ କ୍ରୟ ସମୟରେ ବଡ ସ୍କ୍ରିନ ଓ ସ୍ମାର୍ଟ ଟିଭି ଏବଂ ଅଧିକ ଷ୍ଟୋରେଜ କ୍ଷମତା ଥିବା ଫ୍ରିଜକୁ ଗ୍ରାହକ ଚୟନ କରୁଥିବା ସାମ୍‌ସଙ୍ଗ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଉପସଭାପତି ଋଷି ସୁରି ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ କମ୍ପାନୀ ଉକ୍ତ ବର୍ଗରେ ୨ ଅଙ୍କ ବିଶିଷ୍ଟ ବ୍ୟବସାୟ ଅଭିବୃଦ୍ଧି ହାସଲ କରିଛି। ଏହି ଧାରାକୁ ଆଗାମୀ ଦିନରେ ବଜାୟ ରଖିବା ନେଇ ଆଶାବାଦୀ। ମାନ୍ଦାବସ୍ଥା ସତ୍ତ୍ୱେ କମ୍ପାନୀ ପାର୍ବଣରେ ଭଲ କାରବାର କରିଛି। କମ୍ପାନୀର ପ୍ରଡକ୍ଟଗୁଡିକ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଆଧାରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ମେକ୍‌ ଇନ ଇଣ୍ଡିଆକୁ ସାମ୍‌ସଙ୍ଗ ଗୁରୁତ୍ୱ ଦେଉଛି। ଟିଭି, ମାଇକ୍ରୋଓ୍ବେଭ ଓଭନ ଏବଂ ଟପ୍‌ ଲୋଡିଂ ଓ୍ବାଶିଂମେଶିନ ବର୍ଗରେ ବିକ୍ରି କ୍ଷେତ୍ରରେ ଓଡ଼ିଶାରେ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଏକ୍ଷେତ୍ରରେ କମ୍ପାନୀର ବଜାର ଅଂଶ ଯଥାକ୍ରମେ ୩୧%,୩୪% ଏବଂ ୩୬% ରହିଛି। ଟାୟାର ୨ ଏବଂ ସହରଗୁଡିକରେ ମଧ୍ୟ ବଡ ଡିସପ୍ଲେ ଟିଭି ବିକ୍ରି ଭଲ ରହିଛି। ୟୁଏସ୍‌ଡି ଟିଭି ବିକ୍ରି କ୍ଷେତ୍ରରେ ଓଡ଼ିଶାରେ କମ୍ପାନୀ ୩୩% ବଜାର ଅଂଶ ହାସଲ କରିଛି। ସେହିଭଳି କମ୍ପାନୀ ଭୁବନେଶ୍ୱରରେ ସ୍ମାର୍ଟ ଟିଭି ବର୍ଗରେ ୩୪%, ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ବର୍ଗରେ ୬୨% ଅଂଶ ହାସଲ କରିଛି। ପାର୍ବଣ ଉପଲକ୍ଷେ କମ୍ପାନୀ ପକ୍ଷରୁ ‘ଆଡ୍‌ ମୋର ଲଭ ଟୁ ୟୋର ସେଲିବ୍ରେଶନ’ କ୍ୟାମ୍ପେନ ଆରମ୍ଭ କରାଯାଇଥିବା ସୂରୀ କହିଛନ୍ତି।

Share