ହାଇଦ୍ରାବାଦ,୧୭।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦରେ ଜଣେ ବାର୍ ଡ୍ୟାନ୍ସର ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ତାଙ୍କ ଡ୍ରେସ ଚିରି ଦିଆଯିବା ସହ ତାଙ୍କ ଉପରେ ମାଡ ହୋଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ମହିଳା ବାର୍ ଡ୍ୟାନ୍ସରଙ୍କ ସହ ଥିବା ଅନ୍ୟ ୪ ମହିଳା ଡ୍ୟାନ୍ସର ଓ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ସମ୍ପୃକ୍ତ ୪ ମହିଳା ଡ୍ୟାନ୍ସରଙ୍କୁ ଗିରଫ କରିଥିବା ବେଳେ ପୁରୁଷ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ମହିଳା ଜଣକ ବାର୍ ଡ୍ୟାନ୍ସର ଭାବେ କାମ ଆରମ୍ଭ କରିଥିବା ବେଳେ ତାଙ୍କୁ ମାଲିକ ସବୁବେଳେ ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ସେ କହିଛନ୍ତି।