ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର ଏହି ୨ଚକିଆ ଶୋ’ରୁମ ଅନେକ ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି କରିପାରିଛି ବୋଲି ଏହାର ଏମ୍‌ଡି ବଦ୍ରି ସାମନ୍ତରାୟ ପ୍ରକାଶ କରିଛନ୍ତି। ପୁରୀ ସମେତ କାକଟପୁର, ଅସ୍ତରଙ୍ଗ, କୋଣାର୍କ, ବ୍ରହ୍ମଗିରି, ସାକ୍ଷୀଗୋପାଳ, ପିପିଲି ଓ ନିମାପଡ଼ା ଅଞ୍ଚଳର ଲୋକଙ୍କୁ ଏହି ଶୋରୁମ୍‌ ଗାଡ଼ି ବିକ୍ରି ଏବଂ ବିକ୍ରି ପରବର୍ତ୍ତୀ ସେବା ଯୋଗାଇ ଆସୁଛି। ଏଠାରେ ବିଶେଷକରି ଆକ୍ଟିଭା ୫-ଜିର ବିକ୍ରି ୭୧ ପ୍ରତିଶତ ରହିଥିବାବେଳେ ବାଇକ୍‌ର ବିକ୍ରି ୩୫ ପ୍ରତିଶତ ରହିଛି। ଶିଭମ୍‌ ହୋଣ୍ଡାର ଜେନେରାଲ ମ୍ୟାନେଜର ସଞ୍ଜୟ ମହାପାତ୍ରଙ୍କ କହିବା ହେଲା ଯେ, ଶୋ’ରୁମ୍‌ ପକ୍ଷରୁ ଗ୍ରାହକ ସେବାକୁ ସବୁବେଳେ ପ୍ରାଥମିକତା ଦିଆଯାଇଥାଏ। ଏଠାରୁ ଗାଡ଼ି କିଣିବା ପରେ ଗାଡ଼ିର ଉପଯୁକ୍ତ ରକ୍ଷଣାବେକ୍ଷଣ ନେଇ ଗ୍ରାହକଙ୍କୁ ରିମାଇଣ୍ଡ କରାଯାଇଥାଏ। ସର୍ଭିସିଂ ତାରିଖ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚାଇ ଦିଆଯାଏ। ବାଇକ୍‌ ସର୍ଭିସିଂ ପାଇଁ ଆସୁଥିବା ଗ୍ରାହକଙ୍କ ଲାଗି ଶୋ’ ରୁମ୍‌ରେ ପ୍ରତୀକ୍ଷାଳୟ, ମନୋରଞ୍ଜନ ପାଇଁ ଟିଭି ଏବଂ ଅନ୍ୟ ବାଇକ୍‌ ସମ୍ପର୍କରେ ଜାଣିବା ପାଇଁ ‘ମେ ଆଇ ହେଲ୍‌ପ ୟୁ’ର ସୁବିଧା ବି ଉପଲବ୍ଧ ରହିଛି। ବାଇକ୍‌ରେ କୌଣସି ଯାନ୍ତ୍ରିକ ତ୍ରୁଟିଜନିତ ଖବର ମିଳିଲେ ଅଭିଜ୍ଞ ଟେକ୍ନିସିଆନମାନେ ଘରେ କିମ୍ବା ରାସ୍ତାରେ ପହଞ୍ଚତ୍ ସେବା ଯୋଗାଇଥାନ୍ତି। ଏଥିସହ ନିକଟରେ ଥିବା ଶୋ’ରୁମ୍‌ ସହିତ ମଧ୍ୟ ଯୋଗାଯୋଗ କରାଇ ଦିଆଯାଏ। ସମୟ ଅନ୍ତରାଳରେ ଗ୍ରାହକଙ୍କ ରହିଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି। ନୂତନ ମୋଟରଯାନ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରେ ଜଣେ ଗ୍ରାହକ ଯେପରି ନମ୍ବରଜନିତ କୌଣସି ସମସ୍ୟାରେ ନ ପଡ଼ିବେ ସେଥିଲାଗି ୩ରୁ ୫ଦିନ ମଧ୍ୟରେ ସେମାନଙ୍କୁ ନମ୍ବର ପ୍ଲେଟ ଓ ସମସ୍ତ ଡକ୍ୟୁମେଣ୍ଟ ଯୋଗାଇଦେବାର ବ୍ୟବସ୍ଥା ରହିଛି।

Share