ଗ୍ରୀନ୍‌ ଇଣ୍ଡିଆ ଚିଟ୍‌ଫଣ୍ଡ ମାମଲାରେ ଚାର୍ଜସିଟ ଦାଖଲ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବୁଧବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଜମାକାରୀଙ୍କୁ ଶସ୍ତାରେ ଫ୍ଲାଟ ଓ ଜମି ଦେବା ଆଳରେ କମ୍ପାନୀ ୬୯ କୋଟି ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲା। ୨୦୧୩ରେ ପ୍ରଥମେ କେତେଜଣ ଜମାକାରୀ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିବା ପରେ ୧୫୨/୧୩ରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୪ରେ ସିବିଆଇ ଏହି ମାମଲାର ତଦନ୍ତ ଭାର ହାତକୁ ନେଇଥିଲା। ସିବିଆଇ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜିଙ୍ଗ ଡାଇରେକ୍ଟର ପ୍ରଦୀପ କୁମାର ସିଂଙ୍କ ସମେତ ଅନ୍ୟ ସହଯୋଗୀ ଡାଇରେକ୍ଟର ସୁନୀଲ କୁମାର ପଣ୍ଡା ଓ ଜିତେନ୍ଦ୍ର ମିଶ୍ରଙ୍କୁ ଗିରଫ କରିଥିଲା।

Share