Categories: ରାଜ୍ୟ

ଗ୍ରୀନ୍‌ ଜୋନ୍‌ରେ ଚାଲିବ ବସ୍‌: ୨ ଗୁଣ ହେବ ଭଡ଼ା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ସତ୍ତ୍ୱେ ଗ୍ରୀନ୍‌ ଜୋନ୍‌ଗୁଡିକରେ ବସ୍‌ ଚଳାଇବା ପାଇଁ ବ୍ୟବସ୍ଥା ହେଉଛି। ଏଥିପାଇଁ ବସ୍‌ ଭଡ଼ା ଦୁଇ ଗୁଣ କରାଯିବ। ଯେହେତୁ ଅଧା ସିଟ୍‌ରେ ଲୋକ ଯେବେ ତେଣୁ ବସ୍‌ମାଲିଙ୍କର କ୍ଷତି ହେବ। କ୍ଷତି ହ୍ରାସ କରିବା ପାଇଁ ଭଡ଼ା ଦୁଇ ଗୁଣ କରାଯିବ। ଏହାଦ୍ୱାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ଜରୁରି କାମ ଥିବା ଲୋକେ ଦୁଇଗୁଣ ଭଡ଼ା ଦେବାକୁ ପଛାଇବେ ନାହିଁ। ପରିବହନ ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ସରକାର ଏ ନେଇ ପିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Share