Categories: ରାଜ୍ୟ

ଗ୍ରୀନ୍‌ ଜୋନ୍‌ରେ ଚାଲିବ ସରକାରୀ ବସ୍‌: ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଦୁଇ ଗୁଣା ଭଡ଼ା

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ରାଜ୍ୟରେ ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଚାଲିବ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘରୋଇ ବସ୍‌ ମାଲିକ ଗାଡ଼ି ଚଲାଇବାକୁ ଅରାଜି ହେବାରୁ ସରକାର ଏମିତି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ତେବେ ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣା ଭଡ଼ା ଦେବାକୁ ପଡ଼ିବ। ବେହେରା କହିଛନ୍ତି, ଏବେ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟରେ ଗୋଟିଏ ବସ୍‌ ଚାଲିଛି। ଆଗକୁ ଅଧିକ ବସ୍‌ ଚାଲିବ। ତେବେ ରେଡ୍‌ ଜୋନ୍‌ ଦେଇ ବସ୍‌ ଯିବନି।

Share