Categories: ଫୁରସତ

ଗ୍ରୀଷ୍ମରୁ ରକ୍ଷା ପାଇବାକୁ ବସ୍‌ ଛାତରେ ବଗିଚା କଲେ ଡ୍ରାଇଭର

ଦିନକୁ ଦିନ ବିଶ୍ୱ ତାପମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି। ଗ୍ରୀଷ୍ମର ପ୍ରବାହ ଏତେ ବଢି ଯାଇଛି ଯେ ଅନେକ ସହରରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ତେବେ ସିଙ୍ଗାପୁରରେ ଲୋକେ ଗରମରୁ ରକ୍ଷା ପାଇବା ପାଇଁ ଏବେ ଏଠାକାର ବସ୍‌ ଉପରେ ବଗିଚା କରାଯାଉଛି। ଜଣେ ଡ୍ରାଇଭର ପ୍ରଥମେ ଏମିତି ଅଭିନବ ଉପାୟ ଆପଣାଇ ଆସିଥିଲେ ଚର୍ଚ୍ଚାକୁ। ଏହାପରେ ଏବେ ଅନ୍ୟ ବସ୍‌ ଗୁଡିକରେ ମଧ୍ୟ ଏମିତି ବଗିଚା କରାଯାଇଥିବା ଦେଖାଯାଇଛି। ଏହାଦ୍ୱାରା ବସ୍‌ ଭିତରର ତାପମାତ୍ରା ୪-୫ ଡିଗ୍ରୀ କମ୍‌ ହେଉଥିବା କୁହାଯାଉଛି। ଏହାସହ ତେଲ ଖର୍ଚ୍ଚ ମଧ୍ୟ ୧୫-୨୦ ପ୍ରତିଶତ କମ୍‌ ହୋଇଛି। କାରଣ ବସ୍‌ ଉପରେ ବଗିଚା କରିବା ଫଳରେ ଭିତରେ ଆଉ ଶୀତତାପ ନିୟନ୍ତ୍ରୀତ ମେଶିନ୍‌ ଚଲାଇବାକୁ ପଡୁନି। ଏଥିପାଇଁ ଗୋଟିଏ ବସ୍‌ ପିଛା ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ଟି ବସ୍‌ରେ ଏଭଳି ବ୍ୟବସ୍ଥା କରାଯାଇଛି। ଯଦି ଏହା ସଫଳ ହେବ ତେବେ ଆହୁରି ପାଖାପାଖି ୪ଶହ ବସ୍‌ରେ ଏଭଳି ବଗିଚା କରାଯିବ ବୋଲି କୁହାଯାଉଛି।

Share