ଗ୍ରୀଷ୍ମ ପ୍ରବାହକୁ ନେଇ ଟୁଇଟ୍‌ କଲେ ଅମିତାଭ

ମୁମ୍ବାଇ: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଏହାକୁ ନେଇ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏକ ଟୁଇଟ୍‌ କରିଛନ୍ତି। ଏହାକୁ ନେଇ ସେ ସାମାନ୍ୟ ଥଟ୍ଟା କରିଛନ୍ତି। ତେବେ ସକାଳୁ ମଧ୍ୟାହ୍ନ ମଧ୍ୟରେ ଅମିତାଭ ଏମିତି କିଛି ଫଟୋ ଟୁଇଟ୍‌ କରିଛନ୍ତି ଯାହାକୁ ଦେଖି ସୋସିଆଲ୍‌ ମିଡିଆ ୟୁଜରମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି। ଏବେ ଛୁଟି କଟାଉଥବା ଅମିତାଭଙ୍କର ପ୍ରାୟ ୧୨ଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସତେ ଯେମିତି ଏକ ଶ୍ରମିକ ଭଳି ଥକ୍କା ହୋଇ ବସି ପଡିଛନ୍ତି ବଲିଉଡ୍‌ର ଏହି ମହାନାୟକ।

Share